Saturday, 24 June 2023

ଫକୀର ମୋହନ ସେନାପତି ଛମାଣ ଆଠଗୁଣ୍ଠ

 

ଛ' ମାଣ ଆଠଗୁଣ୍ଠ


ଫକିରମୋହନ ସେନାପତିଙ୍କ ଛ'ମାଣ ଆଠଗୁଣ୍ଠ କେବଳ ଓଡ଼ିଆ ସାହିତ୍ୟର ନୁହେଁ, ଭାରତୀୟ ସାହିତ୍ୟର ଏକ ପ୍ରମୁଖ ଉପନ୍ୟାସ । ଏହା ପ୍ରକାଶିତ ହୋଇଥିଲା ୧୮୯୭ ମସିହାରେ । ଏହାର ପ୍ରକାଶନ ଫଳରେ ଓଡ଼ିଆ ତଥା ଭାରତୀୟ ଉପନ୍ୟାସ ସାହିତ୍ୟର ମୂଳ ରିଭି ପଡ଼ିଥିଲା ବୋଲି କୁହାଯାଇପାରେ । ଜମିଦାରମାନଙ୍କ ଦ୍ବାରା ପ୍ରଜାମାନଙ୍କର ଶୋଷଣ ଏହାର ମୁଖ୍ୟ ବିଷୟବସ୍ତୁ । ଭାରତୀୟ ସାହିତ୍ୟରେ ଏପରି ବିଷୟବସ୍ତୁ ଉପରେ କଲମ ଚଳାଇବାରେ ଫକୀରମୋହନ ବୋଧହୁଏ ପ୍ରଥମ ଲେଖକ ଏବଂ ୧୯୩୬ରେ ପ୍ରକାଶିତ । 'ଗୋଦାନ'ର ପ୍ରଖ୍ୟାତ ହିନ୍ଦୀ ଲେଖକ ପ୍ରେମ୍‌ଚନ୍ଦ୍ରଙ୍କର ସେ ପୂର୍ବସୁରୀ ।


ଫକୀରମୋହନଙ୍କ ଜନ୍ମ ୧୮୪୩ରେ, ବାଲେଶ୍ବର ଜିଲ୍ଲାରେ, ଏକ ଦରିଦ୍ର କୃଷକ ପରିବାର ଶୈଶବରୁ ପିତୃମାତୃହୀନ ହୋଇ ପିତାମହୀଙ୍କ ଦ୍ଵାରା ସେ ଲାଳିତପାଳିତ ହୋଇଥିଲେ ଏବଂ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିଲେ । କମ୍ ବୟସରୁ ସେ ଆରମ୍ଭ କଲେ ଶିକ୍ଷକତା । ତାଙ୍କର ବୈଚିତ୍ରମୟ ଘଟଣାବହୁଳ ଜୀବନରେ ସେ ହୋଇଥିଲେ ଶିକ୍ଷକ, କଚେରୀ ଅମଲା, ମୁଦ୍ରାକର ଏବଂ ବିଭିନ୍ନ ଗଡ଼ଜାତରେ ଦେଵାନ୍ ବା ପ୍ରଶାସକ । ତାଙ୍କର ପରଲୋକ ଘଟିଥିଲା ୧୯୧୮ରେ ।


3/162


ଫକୀରମୋହନଙ୍କ ସମୟ ଅର୍ଥାତ୍ ଉନବିଂଶ ଶତାବ୍ଦୀର ଶେଷଭାଗ ତଥା ବିଂଶ ଶତାବ୍ଦୀର ପ୍ରଥମ ଭାଗ ଓଡ଼ିଶା ଇତିହାସର ଏକ ଅନ୍ଧକାର ଯୁଗ । ଓଡ଼ିଆମାନଙ୍କର ନିଜର ରାଜ୍ୟ ନଥିଲା। ସେମାନଙ୍କ ଆର୍ଥନୀତିକ ଅବସ୍ଥା ଥିଲା ଶୋଚନୀୟ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ବିଧାନ କରିବାକୁ ସୁଯୋଗ ପ୍ରାୟ ନଥିଲା। ପଡ଼ୋଶୀ ପ୍ରଦେଶମାନଙ୍କ ଆଧିପତ୍ୟରେ ଓଡ଼ିଆ ଭାଷାର ସ୍ଥିତି ମଧ୍ୟ ବିପନ୍ନ ହୋଇପଡ଼ିଥିଲା । ଏହି ପରିସ୍ଥିତିରେ ଫକୀରମୋହନ କେବଳ ଓଡ଼ିଆ ସାହିତ୍ୟର ନୁହେଁ, ଓଡ଼ିଆ ଭାଷାର ସେନାପତି ଭାବରେ ଆବିଜନ ମର୍ଲିତ ହୋଇଥିଲେ ।


ଓଡ଼ିଆ ଗଦ୍ୟ ସାହିତ୍ୟର ଶ୍ରେଷ୍ଠତମ ଲେଖକ ଭାବରେ ଫକୀରମୋହନ ଆଜି ସମ୍ମାନିତ । କିନ୍ତୁ ପ୍ରଶାସନିକ ଜୀବନରୁ ଅବସର ନେବା ପର୍ଯ୍ୟନ୍ତ ସେ ପ୍ରାୟ କୌଣସି ଗଦ୍ୟ ରଚନା କରିନଥିଲେ । ସେ ରଚନା କରି ଚାଲିଥିଲେ ଅସଂଖ୍ୟ କାବ୍ୟ, ପଦ୍ୟ, ଗୀତି କବିତା, ବ୍ୟଙ୍ଗ କବିତା ଓ ପୁରାଣ। ମୂଳ ସଂସ୍କୃତରୁ ସେ ଅନୁବାଦ କରିଥିଲେ ରାମାୟଣ, ମହାଭାରତ ଏବଂ କେତେକ ଉପନିଷଦ । ଗତାନୁଗତିକ କାବ୍ୟଧାରାରେ ଗୃହୀତ ହୋଇନଥିବା କେତେକ ବିଷୟବସ୍ତୁକୁ ସେ ଗ୍ରହଣ କରିଥିଲେ ତାଙ୍କ କାବ୍ୟ ସୃଷ୍ଟିରେ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ବା ୪ବହୃତ ହୋଇ ନଥିବା ଗ୍ରାମ୍ୟ ଭାଷାରେ ରଚନା କରିଥିଲେ ତାଙ୍କର କାବ୍ୟ କବିତା ।


ଫକୀରମୋହନ ମୋଟ୍‌ରେ ଚାରୋଟି ଉପନ୍ୟାସ, ଦୁଇଟି ଗଳ୍ପ ସଂଗ୍ରହ, ଏବଂ ଗୋଟିଏ ଆତ୍ମଜୀବନୀ ଲେଖିଛନ୍ତି। କେତେକ ସମାଲୋଚକଙ୍କର ବିଶ୍ବାସ ଯେ, ଫକୀରମୋହନଙ୍କ ଲିଖିତ 'ଲଛ ମନିଆଁ ଭାରତୀୟ ସାହିତ୍ୟର ପ୍ରଥମ ଗଳ୍ପ। 'ଲଛମନିଆଁ ବାଲେଶ୍ବରର କୌଣସି ପତ୍ରିକାରେ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ତାହା ମିଳୁନାହିଁ । କିନ୍ତୁ ଫକୀରମୋହନଙ୍କ 'ଗଳ୍ପସ୍ଵଳ୍ପ' (ପ୍ରଥମ ଓ ଦ୍ୱିତୀୟ ଭାଗ) ନିଃସନ୍ଦେହରେ ପ୍ରମାଣ କରେ- ସେ ଥିଲେ ଗଳ୍ପ ରଚନା କରିବାରେ ଏକ ଅପ୍ରତିଦ୍ବନ୍ଦୀ କଳାକାର । ତାଙ୍କର। ଆତ୍ମଜୀବନ ଚରିତ (୧୯୧୭) ଓଡ଼ିଆରେ ଯେ ପ୍ରଥମ ଆତ୍ମଜୀବନୀ ତାହାନୁହେଁ, ଭାରତୀୟ ଭାଷାମାନଙ୍କରେ ଏଯାବତ୍ ଲିଖିତ ଆତ୍ମଜୀବନୀମାନଙ୍କ ମଧ୍ୟରେ ଏକ ଅନନ୍ୟ ଓ ଅସାଧାରଣ ସୃଷ୍ଟି ।


ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ହେଲା, ଛ'ମାଣ ଆଠଗୁଣ୍ଠ, ଲଛମା (୧୯୦୩), ମାମୁଁ


(୧୯୧୩) ଏବଂ ପ୍ରାୟଶ୍ଚିତ (୧୯୧୫) । ଲଛମା ଏକ ଐତିହାସିକ ଉପନ୍ୟାସ । ଅନ୍ୟ ତିନୋଟି ଉପନ୍ୟାସ ସମାଜର ବାସ୍ତବ ଆଲେଖ୍ୟ। ଫକୀର ମୋହନ ସାହିତ୍ୟର ଜଣେ ପ୍ରବୀଣ ସମାଲୋଡ଼ିବ ନଟବର ସାମନ୍ତରାୟ ଯଥାର୍ଥରେ ଦର୍ଶାଇଛନ୍ତି ଯେ ଫକୀର ମୋହନଙ୍କ ଉପନ୍ୟାସଗୁଡ଼ିକ ଅଷ୍ଟାଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଓଡ଼ିଶାର ସାମାଳିକ ଇତିହାସ ।


ଛ' ମାଣ ଆଠଗୁଣ୍ଠ ଫକୀରମୋହନଙ୍କର ଶ୍ରେଷ୍ଠତମ କୃତି । ଏହା ଚରିତ୍ରମାନଙ୍କର ଏକ ଆଲେଖ୍ୟଶାଳା । ଚଂପା, ମଙ୍ଗରାଜ, ଭଗିଆ ଓ ସାରିଆ ଭଳି ଏ ଉପନ୍ୟାସର ଚରିତ୍ରମାନେ ଓଡ଼ିଆ ସାହିତ୍ୟରେ ଆର୍କିଟାଇପ୍ ବା ପ୍ରତୀକରେ ପରିଣତ ହୋଇଛନ୍ତି । ସମାଜର ଦଳିତ ଓ ଅବହେଳିତମାନଙ୍କ ପ୍ରତି ଗଭୀର ସହାନୁଭୂତି ଥିଲେ ମଧ୍ୟ ଧନୀକ ଗୋଷ୍ଠୀର ଜୀବନଧାରା ସହିତ ଫକୀରମୋହନ ବିଶେଷ ପରିଚିତ ଥିଲେ । ସେଥିପାଇଁ ଭଗିଆ ଓ ସାରିଆଳ ଦାରିଦ୍ର୍ୟ ଓ କଷଣ ସହିତ ମଙ୍ଗରାଜଙ୍କ ଜମିଦାରୀ ଓ ଅତ୍ୟାଚାରୀ ମନୋବୃତ୍ତି ଏ ଉପନ୍ୟାସରେ ନିଖୁଣ ଭାବରେ । ବର୍ଣ୍ଣିତ ।


ଫକୀରମୋହନ ବାସ୍ତବବାଦ ପରଂପରାରେ ସାହିତ୍ୟ ସୃଷ୍ଟି କରିଥିଲେ। ଛ'ମାଣ ଆଠଗୁଣ୍ଠରେ 'ଅସୂରଦୀଘି' ପରିଚ୍ଛଦରେ ସେ ମଇଳା ଓ ଆବର୍ଜନାର ଯେପରି ବର୍ଣ୍ଣନା କରିଛନ୍ତି, ଉନବିଂଶ - ବିଶ ଶତାବ୍ଦୀର ପ୍ରଥମ ପାଦର ଜଣେ ଔପନ୍ୟାସିକ ପକ୍ଷରେ ସେଭଳି କରିବା ଯଥାର୍ଥରେ ବିସ୍ମୟକର । ତାଙ୍କର ବ୍ୟଙ୍ଗ ଓ ବିବ୍ରୁପ ତଥା କଥିତ ଭାଷାର ପ୍ରୟୋଗ ଓଡ଼ିଆ ସାହିତ୍ୟରେ ଅତୁଳନୀୟ। ତାଙ୍କ ଗଳ୍ପ, ଉପନ୍ୟାସର ବିଷୟବସ୍ତୁ ସେ ମୋଟାମୋଟି ସଂଗ୍ରହ କରିଥିଲେ ନିଜ ଅନୁଭୂତିରୁ। ସବୁ ଶ୍ରେଣୀର ପାଠକମାନଙ୍କ ନିକଟରେ ସେ ଅଦ୍ୟାବଧି ପ୍ର 'ସରୟ ହୋଇ ରହିଆସିଛନ୍ତି ।


ଫକୀରମୋହନଙ୍କ ଛ'ମାଣ ଆଠଗୁଣ୍ଠ ବିଭିନ୍ନ ଭାରତୀୟ ଭାଷା ତଥା ଇଂରାଜୀରେ ଅନୂଦିତ


ହୋଇଛି । ଆମେରିକାର ୟୁନିଭର୍ସିଟି ଅଫ୍ କାଲିଫଣ୍ଡିଆ ପ୍ରେସ୍ ତଥା ଭାରତର ପେଙ୍ଗୁଲନ୍ ପ୍ରକାଶନ ସଂସ୍ଥା


ମଧ୍ୟ ଏହାର ଇଂରାଜୀ ଅନୁବାଦ ପ୍ରକାଶ କରିଛନ୍ତି । ଛ'ମାଣ ଆଠଗୁଣ୍ଠ ଆଜି କେବଳ ଓଡ଼ିଶାରେ ନୁହେଁ,


ଓଡ଼ିଶା ବାହାରେ ତଥା ଭାରତ ବାହାରେ ଗଠିତ ଏବଂ ଆଦୃତ ହେଉଛି 

                                                              ଗଣେଶ୍ବର ମିଶ୍ର ସଭାପତି 

                                                                               ସଭାପତି

                                                           ଓଡ଼ିଶା ସାହିତ୍ୟ ଏକାଡେମୀ.   

                                                                    

                           








                             ପ୍ରଥମ ପରିଚ୍ଛେଦ


                          ରାମଚନ୍ଦ୍ର ମଙ୍ଗରାଜ


ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ-ନଗଦ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍ମିକ । ବର୍ଷ ମଧ୍ୟରେ ୨୪ ଟା ଏକାଦଶୀ, ୪୦ ଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା । ଏକଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀପତ୍ର ଜଳମାତ୍ର ଅବଲମ୍ବନ । ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗା ଭଣ୍ଡାରୀ କଥା କହୁଁ କହୁଁ କହିପକାଇଲା, ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ଦ୍ଵାଦ ଶୀ ପାରଣା ସକାଶେ ସାଆନ୍ତଙ୍କଘ ରେ ସେରେ ଦୁଧ, ଦିଶୁଖଇ, ନବାତ, ପାଚଲା କଦଳୀ ରଖାଯାଇଥାଏ । ସେ (ଜଗା) ଦ୍ଵାଦଶୀ ଦିନ ବଡ଼ି ସକାଳେ ତୁଚ୍ଛାବାସନ ମାଜେ । ଏକଥା ଶୁଣି ଜଣ କେତେ ମୁହଁ ଚାହାଁ ଚାହିଁ ହୋଇ ମୁରୁକି ହସୁଥିଲେ । ଜଣେ କହିପକାଇଲା, 'ଡୁବିପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବ ନାହିଁ । 'ଏ କଥାର ଅର୍ଥ ସଫା ବୁଝାଗଲା ନାହିଁ, ମାତ୍ର ଆମ୍ଭେମାନେ ଅନୁମାନ କରିନେଲୁ, ଏହା ନିନ୍ଦୁକର କଥା । ସେ କଥା ଛାଡ଼, ବରଞ୍ଚ ଆମ୍ଭେମାନେ ସାଆନ୍ତଙ୍କ ସପକ୍ଷରେ ଓକିଲାତି କରିପାରୁ । ଭାଣ୍ଡଶୂନ୍ୟ ହେବା କାର୍ଯ୍ୟଟା ଯେ ମଙ୍ଗରାଜଙ୍କ ଦ୍ଵାରା ଅନୁଷ୍ଠିତ ହୋଇଅଛି, ଏଥିର ଚାକ୍ଷୁଷ ସାକ୍ଷୀ କାହିଁ ? ଶୁଣିବା କଥା ବା ଅନୁମାନ କଥା ପ୍ରମାଣ ରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ । ଅଦାଲତର ହାକିମମାନଙ୍କର ତ ଏହି ରାୟ । ଆଉ ଗୋଟିଏ କଥା ଦେଖ- ବିଜ୍ଞାନଶାସ୍ତ୍ର କହେ, ଜଳୀୟ ପଦାର୍ଥ ସବୁ ବାଷ୍ପାକାର ହୋଇ ଉଡ଼ିଯାଏ । ଦୁଧ ତ ଜଳୀୟ ପଦାର୍ଥ ଜମିଦାର ଘର ଦୁଧ ବୋଲି ବିଜ୍ଞାନ ବିଧି ଡରିବ ପରା ! ପୁଣି ସ େ ମୂଷା ଚୁଚୁନ୍ଦୁରା ଚୁଟିଆ ଥିଲେ ଛାରପୋକ ମଶାମାଛି ଅବା କେଉଁ ଘରେ ନ ଥାନ୍ତି ? ପେଟ ପାଟଣା ପାଇଁ ଜଗତର ସମସ୍ତପ୍ରାଣୀ ଧାଉଁଛନ୍ତି । ପରି ହରିଭକ୍ତି ମାହାତ୍ମ୍ୟ ଶୁଣି ନାହାନ୍ତି । ଏଥକୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ଶେଷରେ ସେମାନେ ମଙ୍ଗରାଜଙ୍କ - ବିଳାସ ଗ୍ରନ୍ଥମାହାତ୍ମ୍ୟ ଶୁଣି ନାହାନ୍ତି । ଏଥକୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ପ୍ରତି



ସନ୍ଦେହ ଘଟଣାମାନଙ୍କ ଏହି ବ୍ରାହ୍ମଣ ମଧ୍ୟରେ କରିବା ମହାପାପ ବୋଲି ବିଚାର କରୁ । ଆହୁରି ମଧ୍ୟ ପ୍ରତି ନଜର ରଖୁବା ନିମନ୍ତେ ପ୍ରମାଣ ଆଇନରେ ବିଚାରକ ମାନଙ୍କ ପ୍ରତି ବିଶେଷ ବିଧ୍ ଅଛି । ମଙ୍ଗରାଜେ ଉଷୁନା ଛୁଅନ୍ତି ନାହିଁ-ମାଛ ଶୁଖୁଆ କଥାଛାଡ଼ । ଦ୍ଵାଦଶୀ ଦିନ ବ୍ରାହ୍ମଣ ଭୋଜନ କରାଇ ତହିଁ ଉତ୍ତାରେ ପାରଣା କରନ୍ତି । ମଙ୍ଗରାଜେ ଭାରିହୁସିଆର ଲୋକ । ଭୋଜନ ରୂପ ମହତ୍ କାର୍ଯ୍ୟରେ କେତେ ବିଘ୍ନ ଘଟିପାରେ, ଏଥିସକାଶେ ଜଣେ କେଉଟକୁ ମାଣେ ଓ ଗୁଡ଼ିଆକୁ ମାଣେ -ଏପରି ଦୁଇମାଣ ଜମି ଖଞ୍ଜି ଦେଇଛନ୍ତି । ଦ୍ଵାଦଶୀ ଦିନ ଭୋରରୁ କେଉଟ ଦୁଇ ନଉତି ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ ଗୁଡ଼ ଦାଖଲ କରିଯାଏ । ଗୋବିନ୍ଦପୁର ଶାସନ ୭ ଘର ବ୍ରାହ୍ମ ମଣ -ସମସ୍ତେ ନିମନ୍ତ୍ରିତ ହୋଇ ଆସନ୍ତି ବେଳ ଛଅଘଡ଼ି ବ୍ରାହ୍ମଣ ଭୋଜନି ହୋଇଯାଏ । ମଙ୍ଗରାଜେ ସ୍ଵୟଂ ବ୍ରାହ୍ମଣ ମାନଙ୍କୁ ପରିବେଷଣ କରନ୍ତି । ଥରେ ପତ୍ରରେ ଚୂଡ଼ାଗୁଡ଼ ଲଗାଇ ଦେଲେ ମଙ୍ଗରାଜେ ଉଚ୍ଚପାଟିକରି ହାତ ଯୋଡ଼ି କହନ୍ତି , ''ଗୋସେଇଁମାନେ କୁହନ୍ତୁ , ଆଉକିଛି ଲୋଡ଼ା କି ନାହିଁ, ଢ଼େର ଜଳପାନ, ଢ଼େର ଗୁଡ଼ ଅଛି, ମାତ୍ର ମୁଁ ଜାଣେ, ଆପଣ ମାନଙ୍କ ଆଖ୍ ବଡ଼ ପେଟ ସାନ । ଆପଣ ମାନଙ୍କ ପେଟକୁ ବଳି ପଡ଼ିଲାଣି । ' ଏଥ୍ ଉତ୍ତାରେ କୌଣସି ପେଟ ବିକିଳିଆ ବ୍ରାହ୍ମଣ ମାଗି ବସିଲେ ସାଆନ୍ତେ ତିନି ଆଙ୍ଗୁଳିଆ ପାଞ୍ଚ ସାତ ପୁଞ୍ଜାଚୂଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି । ତହିଁ ଉତ୍ତାରେ ଗୋସାଇଁ ମାନେ 'ପୂର୍ଣ ହେଲା, ପୂର୍ଣ୍ଣ ହେଲା' କହି ଲମ୍ବା ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି । ବ୍ରାହ୍ମଣ ଭୋଜନ ଉତ୍ତାରେ ଯେଉଁ ଏକ ନଉତି ଚୂଡ଼ା ଓ ଅଧା ଅଧ୍ ଗୁଡ଼ ବଳି ପଡ଼େ, ତାହା ଭକ୍ତି ପୂର୍ବକ ମଙ୍ଗରାଜେସେବାକରନ୍ତି ପାଠକ ଆପଣ ପଚାରିବେ, ନଉତିଏ ଚୂଡ଼ାରେ ସତେଇଶ ଜଣ ବ୍ରାହ୍ମଣଙ୍କର ପେଟ କିପରି ଘୂରିଲା? ହରିବୋଲ ଭାଇ ହରିବୋଲ । ଏସବୁ କଥାରେ ଉତ୍ତର ଦେବାକୁ ଗଲେ ଆମ୍ଭମାନଙ୍କର ଆଉ ଲେଖା ଚଳିବ ନାହିଁ । ଯୀଶୁ ଖ୍ରୀଷ୍ଟ ଦୁଇ ଖଣ୍ଡ ରୁଟିରେ ବାରଶତ ଲୋକ ଖୁଆଇଲେ, ପୁଣି ଚାରି ପାଛିଆ ବଳିପଡ଼ିଲା । କାମ୍ୟକ ବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାର ହଜାର ଶିଷ୍ୟଙ୍କର ପେଟଟିକିଏ ଶାଗରେ ପୂରାଇ ଦେଇଥିଲେ । ଏହି ମହାପୁରୁଷଙ୍କ ହସ୍ତ - ମହିମା ପ୍ରତି ଯଦି ଆପଣ ଙ୍କର ବିଶ୍ଵାସ ନଥାଏ, ତେବେ ଆମ୍ଭମାନଙ୍କ ମଙ୍ଗରାଜ -ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ । ଏପରି ଶୁଣାଅଛି, ତାଙ୍କର ମାଉସି ପୁଅ ଭାଇ ଶ୍ୟାମ ମଲେ ସହରକୁ ଯାଇଥିଲେ ପାପ ଛପା ରହେ ନାହିଁ ସେ କୁସଙ୍ଗରେ ପଡ଼ି ପିଆଜ ମିଶା କୋଟି ଖାଇଥିବା ସାଆନ୍ତଙ୍କ ନିକଟରେ ଅଜଣା ରହିଲାନାହିଁ । ଆଜିଯାଏ ରୁଢ଼ ବଢ଼ି ରହିଥାନ୍ତା ମଙ୍ଗରାଜେ ଖୁବ୍ କମ୍ ଖରଚରେ ଅର୍ଥାତ୍ ଶ୍ୟାମଙ୍କ ଦେଢ଼ବାଟି ପୈତୃକ ଲାଖରାଜରୁ ୧୫ ମାଣ ମାତ୍ର ନେଇ ଖଲାସ କରିଦେଲେ, ମଙ୍ଗରାଜେ ଦିନେ ଶ୍ୟାମକୁ ଡ଼ାକି ମୁରବୀ ପଣିଆ କରି କହିଲେ, ''ଦେଖ ଶ୍ୟାମ, ଏଣିକି ହୁସିଆର ରହ, ମୁଁ ଥୁଲି ବୋଲି ମୋ ମୁଲାଜାରେ ପାଞ୍ଚଜଣ ତୋତେ ଟେକିନେଲେ ସିନା ନୋହିଲେ ତୁ ଏକାବେଳକେ କିରସ୍ତାନ ହୋଇ ଯାଇଥାନ୍ତୁ ~~~~~ତୋ ସାତ ପୁରୁଷ ଅହିନକରେ ପଡ଼ିଥାନ୍ତେ । ଆଉ ମୁଁ ବୋଲି ସିନା ତୋର ମାଣ ପାଞ୍ଚ ଟଙ୍କାରେ ନେଲି, ଆଉ କେହି ଦୁଇ ଟଙ୍କାରେ ଛୁଅନ୍ତା ନାହିଁ । ଯେତେ ହେଲେ ତୁ ତ ଭାଇ, କ'ଣ ତୋତେ ଫୋପାଡ଼ି ଦେବ ? ହେଲେ, ବିପଦ ଆପଦ ବେଳକୁ ମୁଁ ----ଭଲବେଳେ କେହିନୁହେଁ । ଏହି ସେଦିନ ଭୀମା ଗଉଡ଼ର ଫୌଜଦାରୀ ମକଦ୍ଦମାରେ ତୋତେ ଗୁହା ହେବାକୁ କହିଲି, ଘରେ ଲୁଚିଲୁ ଦେଖାଦେଲୁ ନାହିଁ ।


ହାୟ ହାୟ ! ଯେଉଁ ନିନ୍ଦୁକମାନେ ଖ୍ରୀଷ୍ଟଙ୍କୁ କୁଶରେ ଚଢ଼ାଇଲେ, ପରମା ସତୀ ସୀତାଙ୍କୁ ବଣକୁ ପଠାଇଲେ, ସେମାନଙ୍କ ବଂଶଧର ମାନେଯେ ହରିବାସର ଉପବାସୀ ପରୋପକାରୀ ମଙ୍ଗରାଜଙ୍କ ରଚନା କରିବେ, ଏହା କିଛି ବିଚିତ୍ର ନୁହେଁ । ନିନ୍ଦୁକମାନେ ଯେଉଁ କଥା ବହି ବୁଲିବେ, ଆମମାନଙ୍କୁ ନାଚାର ହାଲତରେ ସେ କଥା ବୋଲିବାକୁ ହେଉଅଛି । ସେମାନେ କହନ୍ତି, ମଙ୍ଗରାଜେ ଚାରି କୋଶ ମଧ୍ଯରେ କାହାରି ଗୋଖୋଜରୁ ଖୋଜେ ଜମି ରଖୁଲେ ନାହିଁ । ବାକି ଥୁଲା ଭାଇ ---ଓର ଖୋଜି ଖୋଜି ଏତେଦିନେ ପାଇଲେ । ଶ୍ୟାମ ପିଆଜ ଖାଇ ବ୍ରାହ୍ମଣ ଭୋଜନ କରାଇଲା, ମଙ୍ଗରାଜ ଘର ମାଇକିନିଆମାନେ ଯେ ଚଣାକୁ ପଠାଇ ହାଟରୁ ପିଆଜ କିଣି


ଆଣିଛି ! କଥା ଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣି ଆଣିଲା । ଖାଇବାର ପ୍ରମାଣ କାହିଁ ?''ପଲାଣ୍ଡୁ ଗୁଞ୍ଜନଵେବ ।---ମନରେ ଖାଇବାକୁ ସିନା ମନା, କିଣିଲେ ପଚିତ ହେବ, ଏ ବିଧ୍ୱଂ କାହିଁ ? ମାତ୍ର ଭଦ୍ରଲୋକ ଘର ମହିଳା ମାନଙ୍କ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମ୍ଭେମାନେ ସଂପୂର୍ଣ୍ଣ ନାରାଜ ।


                      

                           --O--



No comments:

Post a Comment

Shuddh Ghee Deepak Abhiyan – A Movement to Empower Villages, Protect Cows & Revive Temples

 ✨ Introduction:   Have you ever imagined what would happen if every temple in India lit even one diya (lamp) each day using pure desi cow g...